Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 196

Question 196 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q196 · Odia · Literature & Comprehension

    ନିର୍ଦ୍ଦେଶ (ପ୍ରଶ୍ନସଂଖ୍ୟା 196 ରୁ 200) : ଅନୁଚ୍ଛେଦଟିକୁ ସାବଧାନତା ସହକାରେ ପଢ଼ି ନିମ୍ନରେ ଦିଆଯାଇଥିବା ସଠିକ୍ ଉତ୍ତରଟି ବାଛ । ଯୋଗକୁ ହେଉ ବା ଦୁର୍ଯୋଗକୁ ହେଉ କୁରୁକୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ୟରେ ପୁଣିଥରେ ସାକ୍ଷାତ ହୋଇଛି । ଗୁରୁଙ୍କୁ ଚକିତ କରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଛି । ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ୱାସ ବଳରେ କିପରି ପରଂପରାଗତ ସକଳ ନିୟନ୍ତ୍ରଣକୁ ଲଂଘନ କରିଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଛି । ଯେକୌଣସି ଆଚାର୍ଯ୍ୟ ଏଥିରେ ଗୌରବାନ୍ୱିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟଙ୍କର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥାନ୍ତେ। ଗୁରୁ, ଛାତ୍ରଠାରୁ ଶିଖିଥାନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାନ୍ତା; ଦ୍ରୋଣାଚାର୍ଯ୍ୟଙ୍କର ଭିତରେ ଥିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରିଥାଆନ୍ତା । କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟ ଦୃଷ୍ଟିରେ ହୁଏତ ଏତକ ସାହସ ନଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ ?) ଶ୍ରେୟର ବିପୁଳତାକୁ ଚିହ୍ନି ନେବା ଲାଗି ସାହିତ୍ୟ ଦୃଷ୍ଟିରେ ଯେଉଁ ସାହସ ରହିବା ଦରକାର, ବ୍ୟାସଦେବଙ୍କର ହୁଏତ ସେହି ସାହସ ନଥିଲା । ତେଣୁ ଏକଲବ୍ୟର ସାହସ ତାଙ୍କୁ ପ୍ରଧାନତଃ ଦୁଃସାହସ ବୋଲି ହିଁ ମନେହେଲା ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ ଖୋଜି ବସିଲେ । ଏହି ଶାସ୍ତିକୁ ଏକ ଆବଶ୍ୟକତା ବୋଲି ଦେଖାଇବା ଉଦ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟଙ୍କୁ ଆଚାର୍ଯ୍ୟର ଆସନରୁ ତଳକୁ ଓହ୍ଲାଇ ଆଣିବାକୁ ପଡ଼ିଲା । ତେବେ ଯାଇ ଏକଲବ୍ୟ କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା ; କିନ୍ତୁ ଆଚାର୍ଯ୍ୟ ପଦର ଅପମାନ କରାଗଲା । ଆଚାର୍ଯ୍ୟ ଦ୍ରୋଣ ଏବଂ ଏକଲବ୍ୟଙ୍କର ପୁନଃ ସାକ୍ଷାତରେ କ’ଣ ହୋଇଛି ?

    1. ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ ଇର୍ଷା କରିଛନ୍ତି ।
    2. ଗୁରୁଙ୍କ ସହିତ ଏକଲବ୍ୟଙ୍କର ଦ୍ୱନ୍ଦ୍ୱ ହୋଇଛି ।
    3. ଆଶ୍ଚର୍ଯ୍ୟଜନକ ଭାବେ ଗୁରୁଙ୍କୁ ସ୍ୱବିଦ୍ୟାର ପରିଚୟ ଦେଇଛି
    4. ଗୁରୁଙ୍କର ନିଜ ଶିଷ୍ୟ ପ୍ରତି ଅହେତୁକ ଶ୍ରଦ୍ଧା ଜାଗ୍ରତ ହୋଇଛି
    Show answer

    Answer: (3) ଆଶ୍ଚର୍ଯ୍ୟଜନକ ଭାବେ ଗୁରୁଙ୍କୁ ସ୍ୱବିଦ୍ୟାର ପରିଚୟ ଦେଇଛି

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz