Learn with Anil · OPSC ASO PYQsPractise online →Subscribe ₹149

OPSC ASO 2025 Paper 3 English & Odia · Question 191

Question 191 of the OPSC ASO 2025 Paper III: English and Odia Question Paper (9 November 2025). Try it first, then open the answer. The explanation is in the practice app with the All-in-One Pass.

  1. 2025 · Paper III English & Odia · Q191 · Odia · Literature & Comprehension

    ନିର୍ଦ୍ଦେଶ (ପ୍ରଶ୍ନସଂଖ୍ୟା 191 ରୁ 195) : ଅନୁଚ୍ଛେଦଟିକୁ ସାବଧାନତା ସହକାରେ ପଢ଼ି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ । ୧୯୩୦ ମସିହା ଅକ୍ଟୋବର ୧୨ ତାରିଖ, ମାନବ ଜାତିର ଇତିହାସରେ ଗୋଟିଏ ପ୍ରଧାନ ଦିବସ । ଅଦ୍ୟ ଭାରତରେ ଏପରି ଗୋଟିଏ ମହତ୍ କର୍ମାନୁଷ୍ଠାନ କରାଗଲା ଯାହା ବଳରେ ଭାରତର ସୁପ୍ତ ଶକ୍ତି ଜାଗି ଉଠିଲା ଏବଂ ଭାରତର ଲୁପ୍ତ ଗୌରବର ରଶ୍ମିରେଖା ପ୍ରଚଣ୍ଡ ତେଜରେ ପ୍ରତିଭାତ ହୋଇ କୋଟି କୋଟି ଭାରତବାସୀଙ୍କ ହୃଦୟରୁ ପରାଧୀନତାର କାଳିମାକୁ ଚିରକାଳ ନିମିତ୍ତ ଅପସାରିତ କରିବାକୁ ଏକ ନୂତନ ଆଲୋକ ପ୍ରଦାନ କରିଥିଲା । ଅଦ୍ୟ ମହାତ୍ମାଗାନ୍ଧୀ ‘ମନ୍ତ୍ରଂ ବା ସାଧୟେତ୍ ଶରୀରଂ ବା ପାତୟେତ୍’ ମନ୍ତ୍ରରେ ଭାରତବାସୀଙ୍କୁ ଦୀକ୍ଷିତ କରି ସାବରତୀ ଆଶ୍ରମରୁ ସମର ଯାତ୍ରା ଆରମ୍ଭ କରିଥିଲେ । “ଭାରତରେ ସ୍ୱରାଜ୍ୟ ନ ହେବା ପର୍ଯ୍ୟନ୍ତ ମୁଁ ଆଉ ଆଶ୍ରମକୁ ଫେରିବ ନାହିଁ । ସ୍ୱରାଜ୍ୟ ଆଣି ଫେରିବି, ନଚେତ୍ ମୋର ମୃତ ଶରୀରକୁ ସମୁଦ୍ରରେ ଭସାଇ ଦେବ ।” ଏହି କେତୋଟି ଶବ୍ଦ ଉଚ୍ଚାରଣ କରି ମହାତ୍ମାଜୀ ଆଶ୍ରମ ତ୍ୟାଗ କରି ଗଲାବେଳର ଦୃଶ୍ୟ କିପରି ମର୍ମସ୍ପର୍ଶୀ ତାହା ନ ଦେଖିଲା ବ୍ୟକ୍ତି ସହଜରେ ଅନୁଭବ କରିପାରିବ ନାହିଁ । ସେହି ଦୃଶ୍ୟ ଏବଂ ସେହି ଦିନର ଘଟଣାବଳୀ ମନେ ପଡ଼ିଲେ ମୋ ମନରେ ସ୍ୱତଃ ରାଜା ରାମଚନ୍ଦ୍ରଙ୍କର ବନବାସ କଥା ମନେ ପଡ଼େ । ରାଜା ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କୁ ସଙ୍ଗରେ ଧରି ଚଉଦ ବର୍ଷ ବନବାସ କରିବାପାଇଁ ଅଯୋଧ୍ୟା ନଗରୀ ଯେଉଁଦିନ ତ୍ୟାଗ କରିଥିଲେ ସେତେବେଳର ଦୃଶ୍ୟ କିପରି ମର୍ମସ୍ପର୍ଶୀ ହୋଇଥିବ ତାହା କଳ୍ପନା କରିହେବ ନାହିଁ । ଅଗଣିତ ନରନାରୀଙ୍କ ହୃଦୟ ଅଧୀର, ଚକ୍ଷୁ ଲୋତକ ପୂର୍ଣ୍ଣ ଏବଂ ତାହାଙ୍କ ସହିତ ବନଗମନ କରିବାକୁ ସମସ୍ତଙ୍କର ଆକୁଳ ପ୍ରାର୍ଥନା । କିନ୍ତୁ ଶ୍ରୀରାମଚନ୍ଦ୍ର ଧୀର ଓ ଗମ୍ଭୀର ଭାବରେ ଏସବୁ ଦ୍ୱାରା ପ୍ରଭାବିତ ନ ହୋଇ, ହସି ହସି ବନଗମନ କରିଥିଲେ । ମହାତ୍ମାଜୀ ଆଶ୍ରମ ପରିତ୍ୟାଗ କଲାବେଳେ ଉଚ୍ଚାରଣ କରିଥିବା ମନ୍ତ୍ରର ଉଦ୍ଦେଶ୍ୟ କ’ଣ ?

    1. ଜୀବନକୁ ସ୍ୱ ସ୍ୱାର୍ଥରେ ବିନିଯୋଗ କରିବା ।
    2. ମୋକ୍ଷପ୍ରାପ୍ତି ହେବା ।
    3. ଲକ୍ଷ୍ୟ ସାଧନ ନିମନ୍ତେ ସକଳ ପ୍ରତିବନ୍ଧକ ସତ୍ତ୍ୱେ ଲକ୍ଷ୍ୟପଥରୁ ବିଚ୍ୟୁତ ନ ହେବା ।
    4. ନିଜର ବ୍ୟାକୁଳ ଭାବ ପ୍ରକାଶ କରିବା ।
    Show answer

    Answer: (3) ଲକ୍ଷ୍ୟ ସାଧନ ନିମନ୍ତେ ସକଳ ପ୍ରତିବନ୍ଧକ ସତ୍ତ୍ୱେ ଲକ୍ଷ୍ୟପଥରୁ ବିଚ୍ୟୁତ ନ ହେବା ।

    Explanation: open it in the practice app. It needs the ₹149 All-in-One Pass: one payment for every exam on the site.

Answer it in the practice appMake a topic-wise quiz